ଋତୁରାଜ ବସନ୍ତ, ଆନନ୍ଦିତ ଧରଣୀ। ଚଉଦିଗେ ଉତ୍ସବ, ଶୁଭ ଶିରି ପଞ୍ଚମୀ। ଶୁଭ୍ର ବସ୍ତ୍ର ଧାରିଣୀ, ଶ୍ୱେତ ପଦ୍ମାସିନି। ନମାମି ବୀଣାପାଣି, ଶତ ଶତ ନମାମି।। ତୁମେ ହିଁ ଜ୍ଞାନ, ତୁମେ ହିଁ ଶକ୍ତି। ତୁମେ ଆଲୋକ ଜ୍ୟୋତି। (ମାତା ସରସ୍ୱତୀ)। ତୁମେ ହିଁ ଭାବ, ତୁମେ ହିଁ ମୁକ୍ତି। ତୁମେ ଅପାର ଶାନ୍ତି। (ମାତା ସରସ୍ୱତୀ)। ତୁମେ ହିଁ ସ୍ୱର, ତୁମେ ହିଁ ତାଳ। ତୁମେ ସଂଗୀତ ଗୀତି। (ମାତା ସରସ୍ୱତୀ)। ତୁମେ ହିଁ ଦୀପ୍ତି, ତୁମେ ହିଁ କାନ୍ତି। ତୁମେ ସକଳ କୀର୍ତ୍ତି। (ମାତା ସରସ୍ୱତୀ)। ବିଦ୍ୟା ଦିଅ, ବୁଦ୍ଧି ଦିଅ, ଦିଅ ମୁକତି। ଜୟ ମା ସରସ୍ଵତୀ, ଜୟ ମା ସରସ୍ୱତୀ। (ମାତା ସରସ୍ୱତୀ) ଅଇଲେ ମା ସରସ୍ବତୀ, ନିର୍ମଳ ବର୍ଣ୍ଣେ। ରତ୍ନ ବିଭୂଷିତା, କୁଣ୍ଡଳ କର୍ଣ୍ଣେ। ଗଳାରେ ଗଜମୋତି, ମୁକୁତା ର ହାର। ଦିଅ ମା ସରସ୍ବତୀ, ବିଦ୍ୟାର ଭଣ୍ଡାର। ତୁମ୍ଭରି ଦୟାରେ ଆମେ ଦୀପ୍ତିମାନ। ତୁମ୍ଭରି ଆଶିଷେ ଆମେ ବଳିଆନ। ତୁମ୍ଭ ଶ୍ରୀ ପୟରେ ଯାଉଛୁ ଶରଣ। ମାତା ସରସ୍ଵତୀ କରୁଅଛୁ ନମନ। ନମାମି ବୀଣାପାଣି, ଶତ ଶତ ନମାମି। ଶତ ଶତ ନମାମି। ଶୁଭ୍ର ବସ୍ତ୍ର ଧାରିଣୀ, ଶ୍ୱେତ ପଦ୍ମାସିନି। ନମାମି ବୀଣାପାଣି, ଶତ ଶତ ନମାମି।। ଶତ ଶତ ନମାମି।।।