ଏ ରାତି,
ଏ ଜହ୍ନ,
ଶୀତଳ କିରଣ,
ଏ ଅଦେଖା ସ୍ବପ୍ନ।
ଦୁଇଟି ହୃଦୟ,
ଦୁଇଟି ପରାଣ,
ଗୋଟିଏ ମନ।
କି ଜାଦୁ କରିଚି, ଚାନ୍ଦର ଚାନ୍ଦିନି।
ମେଘର ସବାରି, ତାରାଙ୍କ ରୋଷଣୀ।
ବଢାଇ ଦେଉଚି, ହୃଦୟ ସ୍ପନ୍ଦନ...
ଏ ରାତି,
ଏ ଜହ୍ନ,
ଶୀତଳ କିରଣ,
ଏ ଅଦେଖା ସ୍ବପ୍ନ।
ଆଖିରେ ଆଖି, ମନରେ ମନ, ହେଲା ବିଲିନ।
ଚଇତି ଛୁଆଁ, ଅବୁଝା ନିଆଁ, ସିନ୍ଥି ଚୁମ୍ବନ।
ବଢାଇ ଦେଉଚି, ହୃଦୟ ସ୍ପନ୍ଦନ...
ଏ ରାତି,
ଏ ଜହ୍ନ,
ଶୀତଳ କିରଣ,
ଏ ଅଦେଖା ସ୍ବପ୍ନ।
ଜହ୍ନ ଆଲୁଅରେ ମେଘର ଚାଦର।
ମନ ଅଗଣାରେ ଭାବର ଆଦର।
ପ୍ରେମ ସମ୍ବିଧାନ ତମେ, ତମେ ମୋର ଚିର ଅଧିକାର।
ଆଉ କିଛିର ନାହିଁ ପ୍ରୟୋଜନ...
ଏ ରାତି,
ଏ ଜହ୍ନ,
ଶୀତଳ କିରଣ,
ଏ ଅଦେଖା ସ୍ବପ୍ନ।